Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା

ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଶନିବାର ଦିନ ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି ।

ସୁନିତା ନିଜର ସମର୍ଥକଙ୍କ ଗହଣରେ ଆସି ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ଯୋଗ ଦେଇଛନ୍ତି ।

ବିଜେଡି ଦଳରେ ସୁନିତା ସାମିଲ ହେବା ପରେ ଦଳର ସଙ୍ଗଠନ ଅଧିକ ମଜଭୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସୁନ୍ଦରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁନିତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ମୋ ଶ୍ୱଶୁର ଘର ଲୋକଙ୍କ ସହ ଆଲୋଚନା କରି ମୁଁ ଏହି ନିଷ୍ପତ୍ତି ନେଇଛି ।

ଆହୁରି ମଧ୍ୟ ଶାସକ ଦଳର ମହିଳା ସଶକ୍ତିକରଣ ଭଳି ଯୋଜନା ଲାଗି ମୁଁ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି । “ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏବଂ କୃଷି ଓ କୃଷକମାନଙ୍କ ଲାଗି ଆରମ୍ଭ କରାଯାଇଥିବା ‘କାଳିଆ ଯୋଜନା’ ମୋତେ ଗଭୀର ଭାବେ ପ୍ରଭାବିତ କରିଛି ।

ଆଗାମୀ ନିର୍ବାଚନ ଲଢିବା ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ଏନେଇ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମୁଁ ସ୍ୱୀକାର କରିବି ।

Leave A Reply

Your email address will not be published.