Latest Odisha News

BREAKING NEWS

Mahanadi Water Dispute: ‘ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି’

ଭୁବନେଶ୍ବର:ମହାନଦୀ ବିବାଦ ଆଉ ଜଟିଳ ନୁହେଁ। ମହାନଦୀ ବିବାଦକୁ ନେଇ ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। ଜଳ ବଣ୍ଟନ ପୂର୍ବରୁ ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ଆପୋଷ ବୁଝାମଣା ପାଇଁ ଟ୍ରିବ୍ୟୁନାଲ ସମ୍ମତି ଦେଇଛନ୍ତି।

ସୂଚନାଥାଉକି, ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟଭିତ୍ତିକ ରିପୋର୍ଟ ରଖିଛନ୍ତି ।

ଆହୁରି ସେ କହିଛନ୍ତି ଯେ, ଟ୍ରିବ୍ୟୁନାଲ ଦ୍ବାରା କୌଣସି ଜଳ ବିବାଦ ସାରା ଦେଶରେ ସମାଧାନ ହୋଇନାହିଁ । ଆପୋଷ ବୁଝାମଣା ହିଁ ଏକମାତ୍ର ମାଧ୍ୟମ । ଏହାର ସମାଧାନ ପାଇଁ ଏ ଦିଗରେ ଆମେ ଆଗକୁ ବଢ଼ୁଛୁ । କିଛି ତ୍ୟାଗ କରିବାକୁ ପଡ଼ିଲେ ମଧ୍ୟ ଓଡ଼ିଶାର ସ୍ବାର୍ଥ ସହ ସାଲିସ ହେବ ନାହିଁ। କିଛି ଲୋକ ନିଜ ରାଜନୈତିକ ଫାଇଦା ପାଇଁ କେନ୍ଦ୍ରର ଆପୋଷ ବୁଝାମଣା ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଅଦାଲତଙ୍କୁ ଦ୍ବାରସ୍ଥ ହୋଇଥିଲେ। ୭ ବର୍ଷ ଭିତରେ ଅଦାଲତି କାର୍ଯ୍ୟ କିଛି ଆଗେଇ ନଥିଲା । ଏବେ ଟ୍ରିବ୍ୟୁନାଲଙ୍କୁ ଧନ୍ୟବାଦ ଉଭୟ ରାଜ୍ୟର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

Comments are closed.