Latest Odisha News

BREAKING NEWS

ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର : ବିରଜାଙ୍କ ପୀଠରେ ମହାନବମୀ ପୂଜା । ସବୁଠି ଚାଲିଛି ମାଆଙ୍କ ଆବାହନି । ପ୍ରତି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ସବୁ ଆଡେ ପାର୍ବଣ ର ଧୁମ । ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ହେଉଥିବା ବେଳେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମହାନବମୀ । ସେଥି ପାଇଁ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସକାଳୁ ମାଙ୍କ ମହାସ୍ନାନ ପରେ ଦ୍ୱିପହରରେ ମାଙ୍କ ଶୋଡଶ ଉପଚାରର ଶେଷ ପୁଜା ଓ ଯଜ୍ଞ କରାଯିବ ।  ମାଆଙ୍କ ମନ୍ଦିର ପ୍ରବେଶ ଲାଗି ଶ୍ରଦ୍ଦାଳୁ ସମାଗମର ଆଶଙ୍କା ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମତୟନ କରାଯାଇଛି । ଆସନ୍ତା କାଲି ମାଆଙ୍କ ଦଶହରା ପର୍ବ ଅନୁଷ୍ଠିତ ହେବ । ମାଆଙ୍କ ସ୍ୱତନ୍ତ୍ର ରଥଯାତ୍ରା ଶେଷ ହୋବାର ରହିଛି ପରମ୍ପରା ।  ରଥଯାତ୍ରା ଶେଷ ହେବା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥରୁ ଓହ୍ଲାଇ ମହିଷାସୁର ନିଧନ ଲାଗି ଲାଖବିନ୍ଦା ପଡିଆକୁ ଯିବେ । ସେଠାରେ ଚାରିଦିଗକୁ ଶର କ୍ଷେପଣ କରି ମହିଷାସୁର କୁ ନିଧନ କରିବାର ପରମ୍ପରା ରହିଛି । . . .

Leave A Reply

Your email address will not be published.