Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା। ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ବସ୍ତି । କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଆସନ୍ତା ଡିସେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି ।

ସୂଚନା ଅନୁସାରେ, ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମଏଫସି କୋର୍ଟରେ ଏହି ମାମଲା ଚାଲିଛି । ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଧମକ ଦେବା ଅଭିଯୋଗରେ ମାମଲା ଚାଲିବା ନେଇ ସାଲେପୁର ଜେଏମଏଫସି କୋର୍ଟରେ ନିଷ୍ପତ୍ତି ନିଆଯାଇଥିଲା। ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା । ବର୍ତ୍ତମାନ ସେହି ମାମଲାରେ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି ମିଳିଛି । ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍‌ ଲଗାଇଛନ୍ତି ।

Leave A Reply

Your email address will not be published.