Latest Odisha News

BREAKING NEWS

ଟ୍ୟୁସନ୍ ଫି ପାଇଁ ତଣ୍ଟି କାଟି ନାବାଳକକୁ ହତ୍ୟା : ଡିସିପି

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା  । ଟିଉସନ୍ ଫି ପାଇଁ ନାବାଳକକୁ ହତ୍ୟା କରାଯାଇଛି । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂ  । ମୃତ ବାଳକ ଶୁଭମ୍ ସ୍ବରୂପ ପାଲଟାସିଂ ର ବାପା ଏବଂ ମାଆ ଟ୍ୟୁସନ୍ କରନ୍ତି । ହତ୍ୟା କରିଥିବା ଯୁକ୍ତ ଦୁଇ ଛାତ୍ର ଜଣକ ସେଠାରେ ଟ୍ୟୁସନ୍ ହେଉଥିଲା । ପ୍ରାୟ ୩ରୁ ୫ ହଜାର ଟଙ୍କା ଟ୍ୟୁସନ ଫି ବାକି ରହିଥିଲା । ବାକି ଟଙ୍କା ଦେବାକୁ ଟ୍ୟୁସନ୍ ସାର୍ ତାକୁ ବାରମ୍ବାର କହିଥିଲେ । ଏହାକୁ ନେଇ ଅଭିଯୁକ୍ତ ଜଣକ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିଲା ।

ସେପଟେ ପୋଲିସ ଏହି ଘଟଣାରେ ଜଣକୁ ଅଟକ ରଖିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତ ଜଣକ ଅପରାଧ କରିଥିବା ନେଇ ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଡିସିପି  । ଗତକାଲି ବେଣାପଞ୍ଜରୀ ଗାଁରେ ଜଣେ ନାବାଳକକୁ ଛୁରାମାଡ ହୋଇଥିଲା । ଗତକାଲି ଶୁଭମ୍ ଘରେ ଏକ ରୁମ୍ ରେ ଏକାକୀ ପଢୁଥିଲା । ବାପା , ମାଆ ଓ ଭଉଣୀ ଉପର ମହଲାରେ ଥିଲେ । ଠିକ୍ ଏତିକି ବେଳେ ଜଣେ ଯୁବକ ଆସି ଶୁଭମର ପେଟରେ ଛୁରାମାଡ କରିବା ସହ ବେକ କାଟି ଦେଇଥିଲା । ପରେ ଶୁଭମର ଚିତ୍କାର ଶୁଣି ଘର ଲୋକ ଦୌଡି ଆସିଥିଲେ । ସେତେବେଳେ ଜଣେ ଯୁବକ ଘରୁ ଦୌଡି ପଳାଉଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକ  । ଘର ଭିତରୁ ଉଦ୍ଧାର ହୋଇଥିଲା ଶୁଭମ୍ ର ରକ୍ତ ଜୁଡୁବୁଡୁ ମୃତଦେହ । ପରେ ଗୁରୁତର ଅବସ୍ଥାରେ ଶୁଭମ୍ କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ପୋଲିସ ତଦନ୍ତ ଜାରି ରଖିଥିଲା  । ଆଜି ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.