Latest Odisha News

BREAKING NEWS

ସ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଟଙ୍କା ସହ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ଗାଡ଼ିରୁ ମିଳିଥିବା ୬ ଲକ୍ଷରୁ ଅଧିକ ଟଙ୍କାର ସେ ହିସାବ ଦେଇ ପାରି ନଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିବେ ପରେ ଏବେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ବେଉରାଙ୍କର ବଦଳି ହୋଇଛି । ତାଙ୍କୁ କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି । ମାହାଙ୍ଗା ଥାନା ଅଧିକାରୀ ଭାବରେ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମିଳିଛି ନୂଆ ଦାୟିତ୍ୱ ।

ଶନିବାର ନିନା ବେଉରାଙ୍କୁ ଧରିଥିଲା ଭିଜିଲାନ୍ସ । ସେ ରାୟଗଡ଼ାରୁ କାର୍ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟରେ ଧରା ପଡ଼ିଥିଲେ । ତାଙ୍କ ପାଖରୁ ମିଳିଥିଲା ୬ ଲକ୍ଷରୁ ଅଧିକ ଟଙ୍କା । ଯାହାର ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।

କିନ୍ତୁ ନିହାରଙ୍କ ମାହାଙ୍ଗା ସ୍ଥିତ ସରକାରୀ କ୍ୱାର୍ଟରରେ ତାଲା ପଡ଼ିଥିବାରୁ ସେଠାରୁ ଫେରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସକୁ କଡାଇ ପଚରାଉଚରା କରାଯାଇଥିଲା । ପତ୍ନୀଙ୍କ ପାଇଁ ଏବେ ନିହାରଙ୍କ ଉପରେ ବି କାର୍ୟ୍ୟାନୁଷ୍ଠାନ ହୋଇଛି ।

Leave A Reply

Your email address will not be published.