Latest Odisha News

BREAKING NEWS

ଯମୁନା ନଦୀରେ ଗାଧୋଉଥିବାବେଳେ ଯୁବକଙ୍କୁ ଆକ୍ରମଣ, ପାଣିରେ ବୁଡି ୫ ମୃତ

ହରିୟାଣା  : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ । ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ଜଣ ପାଣିରୁ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ଜଣାପଡିଛି ।

୫ଜଣ ପାଣିରେ ବୁଡିଯିବା ପରେ ଲୁଚିଯାଇଥିବା ଯୁବକମାନେ ନିଜ ନିଜ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ । ଫଳରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିବାକୁ ୫ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ପୂର୍ବ ଶତ୍ରୁତାରୁ ଏପରି ଘଟଣା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ।

ପୋଲିସର କହିବା ମୁତାବକ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ଏହି ମାମଲା ଏବେବି କୋର୍ଟରେ ବିଚାରାଧିନ ରହିଛଇ । ଆସନ୍ତା କାଲି ଏହାର ଆଉ ଏକ ଶୁଣାଣି ଥିଲା । ହେଲେ ତା’ ପୂର୍ବରୁ ଏପରି ଅଭାବନୀୟ ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
Leave A Reply

Your email address will not be published.