Latest Odisha News

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ସୋନପୁର : ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ପକ୍ଷରୁ ମହିମା ଧର୍ମର ସଂସ୍ଥାପକ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଖାଲିଆପାଲିଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରଜ କିଶୋର ପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

BjdElectrycity

ଛତ୍ରଧାରୀ ଅଗ୍ରୱାଲଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଏବଂ ସୁପାର ଠେଲା ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ସହ ମଧୁସୂଦନ ଓତା , ନବୀନ ପାଢ଼ୀ, ବ୍ରଜମୋହନ ଦାନୀ, କରମଚାନ୍ଦ ଦାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ସମାଧି ପୀଠର ମଠାଧୀଶ ସନ୍ୟାସୀ ବାବାଙ୍କ ଦ୍ୱାରା ପୁଜାର୍ଚ୍ଚନା ସମାପନ ହୋଇଥିଲା ଏବଂ ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ସମାଧି ମନ୍ଦିର ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

Leave A Reply

Your email address will not be published.