ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଭୋର ୪ରୁ ପହଣ୍ଡି ଆରମ୍ଭ ହେବା ସହ ରୀତି ନୀତି ଆରମ୍ଭ ହୋଇଥିଲା। ଆଜି ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଜଗତବାସୀଙ୍କୁ ଦର୍ଶନ ଦେଉଛନ୍ତି। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହେବାପରେ ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଛି।
Snana Jatra of Lord Jagannath : live streaming on YouTubehttps://t.co/sI7rOevhou
— DD ODIA (@dd_odia) June 13, 2022
ମହାପ୍ରଭୁଙ୍କ ଛେରା ପହଁରା ପରେ ୧୨ଟା ୪୫ରୁ ଗଜ ବେଶ ଆରମ୍ଭ ହେବ। ଭକ୍ତମାନେ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରଥମ ଥର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସବୁ ରୀତିନୀତି ପରେ ସଂଧ୍ୟା ୬ଟାରୁ ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୦ଟାରେ ବାହୁଡ଼ା ପହଣ୍ଡି ବା ଗୋଟି ପହଣ୍ଡି ଆରମ୍ଭ ହେବ।
ଶ୍ରୀବିଗ୍ରହମାନେ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରୁଥିବାର କିଛି ସୁନ୍ଦର ଦୃଶ୍ୟ । #SnanaJatra2022#Pahandi#JaiJagannatha pic.twitter.com/YGbHtZbr2S
— Shree Jagannatha Temple, Puri (@JagannathaDhaam) June 14, 2022
ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବାପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ ହେବାପାଇଁ ନୀତି ନିର୍ଘଣ୍ଟ ହୋଇଛି। ଗଜ ବେଶ ଶେଷ ପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ୀବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବର୍ଷକୁ ଦୁଇଥର ମହାପ୍ରଭୁ ଶ୍ରୀମନ୍ଦିର ବହାରକୁ ଆସନ୍ତି । ଏହି ଲୀଳା ଦେଖିବା ପାଇଁ ଏହି ଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରରେ ଠୁଳ ହୋଇଛନ୍ତି । ମହାପ୍ରଭୁଙ୍କ ସୁନ୍ଦର ରୂପ, ସୁନ୍ଦର କାନ୍ତି ସିଧାସଳଖ ଦେଖିବା ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର। ଦୁଇବର୍ଷ ପରେ କୋଭିଡ୍ କଟକଣା କୋହଳ ହୋଇଥିବାରୁ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ୫୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୂତୟନ କରାଯାଇଛି। ପାଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।
Comments are closed.