Latest Odisha News

ଆସନ୍ତୁ ଜାଣିବା ଅକ୍ଷରଙ୍କୁ କାହିଁକି କ୍ଷମା ମାଗିଲେ ରୋହିତ

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ସାମ୍ନା କରିଥିଲା । ଏହି ମ୍ୟାଚରେ ଏ ଭଳି ଏକ ଘଟଣା ଘଟିଲା ଯାହା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ହାତଯୋଡି କ୍ଷମା ମାଗିବାକୁ ପଡିଲା । ମ୍ୟାଚର ୯ମ ଓଭରରେ ଅକ୍ଷର ପଟେଲ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୨ଟି ବଲରେ ୨ଜଣ ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ତୃତୀୟ ବଲରେ ମଧ୍ୟ ସେ ଭଲ ବୋଲିଂ କରିଥିଲେ । ତେବେ ରୋହିତ ସ୍ଲିପରେ କ୍ୟାଚ ମିସ କରିବା ଫଳରେ ଅକ୍ଷର ହ୍ୟାଟ୍ରିକ ଅର୍ଜନ କରିପାରି ନ ଥିଲେ । ଏହା ପରେ ରୋହିତ ମନଦୁଃଖ ସହକାରେ ଅକ୍ଷରଙ୍କୁ କ୍ଷମା ମାଗିଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ ହୋଇଛି ।

ଅକ୍ଷର ଦ୍ୱିତୀୟ ବଲରେ ୍‌ନଜୀଦ ହସନ ଓ ତୃତୀୟ ବଲରେ ମୁଶଫିକର ରହୀମଙ୍କ ୱିକେଟ ନେଇଥିଲେ । ଜାକେର ଅଲୀଙ୍କ କ୍ୟାଚ ରୋହିତ ଛାଡି ଦେଇଥିଲେ । ଏହି ମ୍ୟାଚରେ ଭାରତର ଫିଲ୍ଡିଂ ପ୍ରଶଂସନୀୟ ନ ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକ ସହଜ କ୍ୟାଚ ହାତଛଡା କରିଥିଲେ । ଏହି ମ୍ୟାଚରେ ୩୫ ରନ ବ୍ୟବଧାନରେ ବାଂଲାଦେଶ ୫ଟି ୱିକେଟ ହରାଇଥିଲେ ମଧ୍ୟ ପରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା । ଟୋୱିଦ ହ୍ରିଦୟ(୧୦୦)ଙ୍କ ଶତକ ଓ ଜାକର ଅଲୀ(୬୮)ଙ୍କ ଅର୍ଦ୍ଧଶତକ ବଳରେ ଦଳ ୪୯.୪ ଓଭରରେ ୨୨୮ ରନ କରି ଅଲଆଉଟ ହୋଇ ଯାଇଥିଲା ।

Comments are closed.