Latest Odisha News

BREAKING NEWS

ମହାରାଷ୍ଟ୍ରରେ ସପ୍ତାହାନ୍ତ ଲକଡାଉନ, ଜରୁରୀ ସେବାକୁ ଅନୁମତି

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ ଶୁକ୍ରବାର ଦିନ ରାତି ୮ଟାରୁ ସୋମବାର ୭ଟା ଯାଏଁ ଏହା କଟକଣା ଜାରି କରାଯାଇଛି।

ସୂଚନା ଅନୁଯାୟୀ ଏହି ସମୟରେ ମଲ୍, ରେଷ୍ଟୁରାଣ୍ଟ, ବାର୍ ଏବଂ ଧର୍ମାନୁଷ୍ଠାନ ସ୍ଥାନ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସେବାଗୁଡିକ ଅନୁମତି ଦିଆଯିବ।

ଶିଳ୍ପ କାର୍ଯ୍ୟ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ। ବିନା ଭିଡ଼ରେ ଫିଲ୍ମ ସୁଟ୍ ପାଇଁ ଅନୁମତି ଦିଆଯିବାକୁ ଥିବା ବେଳେ ପ୍ରେକ୍ଷାଳୟ ବନ୍ଦ ରହିବ।

ସେହିପରି ଅତ୍ୟାବଶ୍ୟକ ସେବା ବ୍ୟତୀତ ବାକିସବୁ ସପ୍ତାହାନ୍ତ ଲକଡାଉନରେ ବନ୍ଦ ରହିବ।

Comments are closed.