ମୁମ୍ବାଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ, ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମହାରାଷ୍ଟ୍ର । କାରଣ ପ୍ରତିଦିନ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ।
ସଂକ୍ରମଣ ବଢୁଥିବାରୁ ଆସନ୍ତା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଏହା ଉପରେ କଡ଼ା ନଜର ରଖାଯିବ । ଲୋକେ କରୋନା ଗାଇଡଲାଇନ୍ ନମାନିଲେ, ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବ ବୋଲି କହିଛନ୍ତି ଅଜିତ ପାଓ୍ବାର ।
କିଛି ଦିନ ଧରି ମହାରାଷ୍ଟ୍ରରେ ୩୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ନୂଆ ଗାଇଡଲାଇନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ସପିଂ ମଲ୍, ବଜାର, ସିନେମା ହଲ୍ ଆଦି ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ । ଏହାସହ ୫୦ରୁ ଅଧିକ ଲୋକଙ୍କୁ ବିବାହ ଉତ୍ସବରେ ଯୋଗଦେଇ ପାରିବେ ନାହିଁ । ସେହିପରି ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି ମହାରାଷ୍ଟ ସରକାର ସ୍ପଷ୍ଟ କରିଛନ୍ତି ।
Comments are closed.