ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ରାଜ୍ୟରେ ପୁଣି ଲକ୍ଡାଉନ୍ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟରେ ୧୫ ଦିନିଆ ଲକ୍ଡାଉନ୍ ଜାରି କରିବାକୁ ଚିନ୍ତା କରୁଛନ୍ତି ମହା ସରକାର। ଏ ନେଇ ଆଜି ଆସିପାରେ ନିଷ୍ପତ୍ତି।
କରୋନା ସଂକ୍ରମଣକୁ ଭାଙ୍ଗିବା ଲାଗି ଲକ୍ଡାଉନ ଅବଧିକୁ ବୃଦ୍ଧି କରିବାକୁ କୋଭିଡ୍-୧୯ ଟାସ୍କଫୋର୍ସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି। ଯଦିଓ ମହାରାଷ୍ଟ୍ରରେ ଦୈନିକ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି ତଥାପି ଲୋକଙ୍କ ଗତିବିଧି ଉପରେ କଡା ପ୍ରତିବନ୍ଧକ ଜାରି କରାଯିବା ଉଚିତ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି।
ଆଜି ସନ୍ଧ୍ୟାରେ ହେବାକୁଥିବା କ୍ୟାବିନେଟ ବୈଠକରେ ଲକଡାଉନ୍ ସମ୍ପ୍ରସାରଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବୈଠକର ଅଧ୍ୟକ୍ଷତା କରିବେ।
Comments are closed.