Latest Odisha News

ପ୍ରସବ ସମୟରେ ପ୍ରାଣ ହରାଇଲେ ନର୍ସ; ୫୦୦୦ ମହିଳାଙ୍କ ପ୍ରସବରେ କରିଥିଲେ ସାହାଯ୍ୟ

ଔରଙ୍ଗାବାଦ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ପ୍ରସବ ସମୟରେ ଜଣେ ୩୮ ବର୍ଷ ବୟସ୍କା ନର୍ସଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନର୍ସ ପ୍ରାୟ ୫୦୦୦ ମହିଳାଙ୍କର ପ୍ରସବ କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ନିଜ ସନ୍ତାନକୁ ଜନ୍ମ ଦେବା ପରେ ଜଟିଳତା ହେତୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ନଭେମ୍ବର ୨ରେ ହିଙ୍ଗୋଲି ସିଭିଲ ହସ୍ପିଟାଲରେ ମହିଳା ଜଣକ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ। ନିମୋନିଆ ଏବଂ ଅନ୍ୟାନ୍ୟ ଜଟିଳତା କାରଣରୁ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ହିଙ୍ଗୋଲି ସିଭିଲ ହସ୍ପିଟାଲର ରେସିଡେଣ୍ଟାଲ ମେଡିକାଲ ଅଫିସର କହିଛନ୍ତି, “ଜ୍ୟୋତି ଗାୱଲି ହିଙ୍ଗୋଲି ସିଭିଲ ହସ୍ପିଟାଲର ଲେବର ରୁମରେ ପୋଷ୍ଟ ହୋଇଥିଲେ। ସେ ଡେଲିଭରିର ଶେଷ ଦିନ ପର୍ଯ୍ୟନ୍ତ କାମ କରିଥିଲେ ଏବଂ ପରେ ପ୍ରସବ ପାଇଁ ଯାଇଥିଲେ। ”

ସେ କହିଛନ୍ତି ଯେ ଗାୱଲି ଗତ ଦୁଇ ବର୍ଷ ଧରି ସିଭିଲ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ। “ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି। ଗାୱଲି ତାଙ୍କର ପାଞ୍ଚ ବର୍ଷ ସେବାରେ ପ୍ରାୟ ୫୦୦୦ ପ୍ରସବ କରିବାରେ ସାହାଯ୍ୟ କରିଥିଲେ।”

Comments are closed.