Latest Odisha News

ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ପୁଣେ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁରନ୍ଦର ତାଲୁକା ଅନ୍ତର୍ଗତ ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହି ମାସ ଆରମ୍ଭରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତ ଥିବା ଜଣେ ଅଧିକାରୀ କହିଛନ୍ତି। ତାଙ୍କ ପରିବାରର କାହାରିଠାରେ ଏହି ରୋଗର ଲକ୍ଷଣ ଦେଖାଯାଇ ନାହିଁ।

ତାଙ୍କର ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ପଠାଯାଇଥିଲା ଏବଂ ଜୁଲାଇ ୩୦ ତାଙ୍କଠାରେ ପ୍ରଥମେ ଏହି ଭୂତାଣୁ ଚିହ୍ନଟ କରାଯାଇଥିଲା।

ମହିଳା ଜଣକ ଚିକୁନ୍‌ଗୁନିଆରେ ସଂକ୍ରମିତ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ରିପୋର୍ଟ ଅନୁଯାୟୀ ଜୁଲାଇ ୧୫ରୁ ମହିଳାଙ୍କର ଲକ୍ଷଣ ଦେଖାଦେଇଥିଲା ଏବଂ ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ଜୁଲାଇ ୩୦ ରେ ସେ ଜିକା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାସହିତ ଏନ୍‌ଆଇଭିର ଏକ ଟିମ୍ ଏହି ଅଞ୍ଚଳ ପରିଦର୍ଶନ କରି ବେଲସର ଏବଂ ପ୍ୟାରିଞ୍ଚେ ଗ୍ରାମରୁ ୪୧ ଟି ନମୁନା ସଂଗ୍ରହ କରିଛି।

Comments are closed.