ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଆସନ୍ତା ୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଉଦ୍ଧବ ସରକାର ଘୋଷଣା କରିଛନ୍ତି ।
ଦିନକୁ ଦିନ ମହାରାଷ୍ଟ୍ରରେ ସଙ୍ଗୀନ ହେଉଛି କରୋନା ସ୍ଥିତି । ପ୍ରତିଦିନ ୩୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବାରୁ ଚିନ୍ତାରେ ପ୍ରଶାସନ । ତେଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ପ୍ରଶାସନ ତତ୍ପର ହୋଇଛି । ଲୋକେ କରୋନା ଗାଇଡଲାଇନର ଉଲ୍ଲଂଘନ କରୁଥିବାରୁ ଏବେ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି ।
ମହାରାଷ୍ଟ୍ରରେ ଗତ ୩୪ ଘଣ୍ଟାରେ ୩୫ ହଜାରରୁ ଅଧିକ ଚିହ୍ନଟ ହୋଇଥିବା ବେଳେ, ୧୧୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।
Comments are closed.