ମୁମ୍ବାଇଁ: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏହା ଘୋଷଣା କରିଛନ୍ତି ।
Maharashtra CM Eknath Shinde wins the trust vote by a 164-99 margin, 3 members abstained from voting. pic.twitter.com/ZbaM54n1fd
— ANI (@ANI) July 4, 2022
164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ଏହାଫଳରେ ସିନ୍ଦେ ସରକାର ବହୁମତ ହାସଲ କରିଛନ୍ତି । ସରକାର ବିରୋଧରେ ଉଦ୍ଧବଙ୍କ ମେଂଟ ପକ୍ଷରୁ (ଏମଭିଏ) ହେଡ କାଉଣ୍ଟ ଭୋଟରେ 99 ବିଧାୟକ ମତ ରଖିଥିଲେ ।
Eknath Shinde got 164 votes in his favour during trust vote in the Assembly. Now votes against the trust vote will be counted from the opposition benches.#Maharashtra
— ANI (@ANI) July 4, 2022
ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ଆସ୍ଥା ଭୋଟ ଲୋଡିଥିଲେ । ମୁଣ୍ଡ ଗଣତି ଭୋଟ ହୋଇଥିଲା । ଶିବସେନାର 40ଜଣ ବିଧାୟକଙ୍କର ସମର୍ଥନ ସହ ଫ୍ଲୋର ଟେଷ୍ଟରେ ବିଜେପି ସଦସ୍ୟମାନେ ମଧ୍ୟ ମୁଣ୍ଡ ଗଣତି ଭୋଟ ଦେଇଥିଲେ ।
ସୂଚନା ଥାଉକି ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକନାଥ୍ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ମଧ୍ୟରେ ବୈଠକ ବସିଥିଲା। ଫ୍ଳୋର ଟେଷ୍ଟ ରଣନୀତିକୁ ନେଇ ମୁମ୍ବାଇର ଏକ ହୋଟେଲରେ ଆୟୋଜିତ ହୋଇଥିବା ଏହି ମିଟିଂରେ ସିନ୍ଦେଙ୍କ ଦଳ ଓ ବିଜେପିର ବିଧାୟକମାନେ ଆସ୍ଥା ଭୋଟରେ ବିଜୟୀ ହେବେ ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ
୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୬ ଜଣ ବିଧାୟକ ସମର୍ଥନ କରିଥିଲେ । ଏଥିରୁ ସିନ୍ଦେଙ୍କୁ 40 ଜଣ ବିଧାୟକଙ୍କର ସମର୍ଥନ ରହିଛି। ନିକଟରେ ଜଣେ ଶିବସେନା ବିଧାୟକଙ୍କର ଦେହାନ୍ତ ହେବାରୁ ଏବେ ମହାରାଷ୍ଟ୍ର ବିଧାନସଭାରେ ସଦସ୍ୟ ରହିଛନ୍ତି ୨୮୭ରହିଛି । ବିଧାନସଭାରେ ବହୁମତ ହାସଲ କରିବା ପାଇଁ ୧୪୪ଜଣଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସିନ୍ଦେ ସରକାର ସମର୍ଥନରେ 164 ଜଣ ବିଧାୟକ ସମର୍ଥନ ଦେଇଛନ୍ତି । ସରକାରଙ୍କ ଆସ୍ଥା ଭୋଟ ବିରୋଧରେ 99 ଭୋଟ ହୋଇଥିଲା । ଉଦ୍ଧବଙ୍କ ଗୋଷ୍ଠୀର 5 ବିଧାୟକ ମଧ୍ୟ ଅନୁପସ୍ଥିତ ରହିଥିଲେ । ଏସପି ଏବଂ ଏଆଇଏମଆଇଏମ ର ମୋଟ 3 ବିଧାୟକ ଭୋଟରେ ଭାଗ ନେଇନଥିଲେ ।
ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସିନ୍ଦେ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ସିନ୍ଦେ ଜଣେ କଟର ଶିବ ସୈନିକ ବୋଲି କହିଛନ୍ତି । ଏବେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ସରକାର ଆରମ୍ଭ ହୋଇଛି ବୋଲି କହିଛନ୍ତି ଫଡ଼ନାଭିସ ।
Comments are closed.