Latest Odisha News

BREAKING NEWS

କଟକଣା ଭିତରେ ବଲାଙ୍ଗିର ଜିଲ୍ଲାରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

ବଲାଙ୍ଗିର: ରୀତିନୀତି ଅନୁଯାଇ ବଲାଙ୍ଗିର ଜିଲ୍ଲାରେ ପାଳିତ ହୋଇଛି ଜାଗର । ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗିର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା ।

ସକାଳ ୩ଟାରୁ ମନ୍ଦିର ଦ୍ବାର ପିଠାଯିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ସକାଳୁ ସକାଳୁ ଭକ୍ତମାନେ ମନ୍ଦିର ବାହାରେ ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରି ଫେରିଯାଇଥିଲେ । ଶୁକ୍ରବାର ମଧ୍ୟରାତିରେ ଉଠିବ ମହାଦୀପ । ବିନା ଭକ୍ତରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାଇ ମହାଦୀପ ନୀତି ହେବ । 

ସେପଟେ ଜିଲ୍ଲାର ଟିଟିଲାଗଡ, ସଇଁନ୍ତଳା, ବଲାଙ୍ଗିର ସହର ସହ ପାଟଣାଗଡ, କଣ୍ଟାବାଞ୍ଜିରେ ବେଶ୍ ଆଡମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ହେଲେ ସେ ସବୁକୁ ବନ୍ଦ କରିଛି ପ୍ରଶାସନ । ସମସ୍ତ ମନ୍ଦିରରେ ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.