ଭୁବନେଶ୍ୱର: ରାତି ପାହିଲେ ଶିବରାତ୍ରି। ଦେବଦେବ ମହାଦେବଙ୍କ ଅତ୍ରିପ୍ରିୟ ଦିନ । କୁହଯାଏ ମହାଦେବଙ୍କୁ ଏହିଦିନ ତାଙ୍କ ମନ ପସନ୍ଦର ଦ୍ରବ୍ୟ ଅର୍ପଣ କରି ପୂଜାର୍ଚ୍ଚନା କଲେ ଭକ୍ତଙ୍କ ସକଳ ମନୋବାଞ୍ଛା ପୂର୍ଣ୍ଣ ହୁଏ ।
ମହାଦେବଙ୍କ ପ୍ରିୟ ଦ୍ରବ୍ୟ ମଧ୍ୟରେ ଦୁଦୁରା ଫୁଲ ଅନ୍ୟତମ । ସଂସାରରେ ଏତେ ଫୁଲ ଥିଲେ ସୁଦ୍ଧା କାହିଁକି ମହାଦେବ ଭୋଳନାଥ ଦୁଦୁରା ଭଳି ଏକ ସୁଗନ୍ଧ ମୁକ୍ତ ଫୁଲକୁ ନିଜ ମଥାରେ ଚଢାନ୍ତି ଆସନ୍ତୁ ଜାଣିବା…
ପୌରାଣିକ ଲୋକକଥା ତଥା ପୁରାଣ ବର୍ଣ୍ଣନା ଅନୁଯାୟୀ, ସାଗର ମନ୍ଥନ ସମୟରେ ଯେଉଁ ହଳାହଳ (ବିଷ) ବାହାରିଥିଲା ତାହାକୁ ପ୍ରଭୁ ଶିବଶଙ୍କର ପାନ କରିଥିଲେ। ବିଷ ପାନ ପରେ ମହାଦେଵ ବିଷର ଜ୍ୱାଳାରେ ବ୍ୟାକୁଳ ହୋଇଥିଲେ ।
ସେହି ସମୟରେ ଋଷି ଅଶ୍ୱନୀ କୁମାର ( ଆୟୁର୍ବେଦ ଆଚାର୍ଯ୍ୟ) ପ୍ରଭୁଙ୍କୁ ଭାଙ୍ଗ, ଦୁଦୁରା, ବେଲ ପତ୍ର ଆଦି ପ୍ରସ୍ତୁତ ହୋଇଥିବା ପାନୀୟକୁ ପାନ କରିବା ପାଇଁ ଦେଇଥିଲେ। ଏହା ପରେ ତାଙ୍କ ବ୍ୟାକୁଳତା ଦୂର ହୋଇଥିଲା। ସେହିଦିନ ରୁ ହିଁ ପ୍ରଭୁ ଭୋଳାଶଙ୍କରଙ୍କର ଦୁଦୁରା ଫୁଲ ଖୁବ ପ୍ରିୟ ହୋଇ ରହିଛି ।
Comments are closed.