Latest Odisha News

BREAKING NEWS

ଏକ ସର୍ବକାଳୀନ ଆଦର୍ଶର ନାଁ ମହାତ୍ମା

ସେ ନାଁ ଏକ ଆଦର୍ଶ । ସେ ନାଁ ଏକ ଅନୁଷ୍ଠାନ । ସେ ନାଁ ଏକ ସର୍ବକାଳୀନ ସନ୍ତକ । ସେ ନାଁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସେହି ନାଁରେ ଥିଲା ଏକ ପ୍ରବାହ, ମୁକ୍ତିର ମନ୍ତ୍ର । ମହାତ୍ମା, ଏକ ସର୍ବକାଳୀନ ଆଦର୍ଶ ଓ ସତ୍ୟାର୍ଥ ପ୍ରକାଶର ପ୍ରବାହ । ସମସ୍ତଙ୍କ ପ୍ରିୟର ବାପୁଜୀ, ଗାନ୍ଧିଜୀ ।

ବ୍ରିଟିଶ୍ ରାଜର ପରାଧୀନ ଭାରତରେ ସଂଘର୍ଷ ଭିତରେ ସ୍ବାଧୀନତା ପ୍ରାପ୍ତି ପାଇଁ ଆକୁମାରୀ ହିମାଳୟକୁ କରାଇଥିଲେ ଜାଗ୍ରତ, ଭାରତକୁ ସ୍ବାଧୀନ କରିବା ପାଇଁ ଯୋଗାଇଥିଲେ ପ୍ରେରଣା ମୋହନ ଦାସ କରମଚାନ୍ଦ ଗାନ୍ଧୀ । ମନ୍ତ୍ର ଥିଲା-ଅହିଂସା ପରମ ଧର୍ମ ।

ଆଜି ବି ବାପୁଙ୍କ ପ୍ରତିଟି ପ୍ରେରଣାଦାୟୀ ବାଣୀ କୋଟି କଣ୍ଠରେ ଝଙ୍କୃତ, ନିନାଦିତ । ତାଙ୍କ ବାଣୀ ଆଜି ବି ବିଶ୍ବବାସୀଙ୍କୁ କରୁଛି ଅନୁପ୍ରାଣିତ, ଆନ୍ଦୋଳିତ । ଅବର୍ତ୍ତମାନରେ ଯିଏ ସ୍ମରଣୀୟ, ସିଏ ଅଜେୟ, ସିଏ ଅମର । ଅମର ମହାତ୍ମା, ଅବିସ୍ମରଣୀୟ ପ୍ରତିଭୂ । ସବୁଠି ବାପୁ, ସର୍ବତ୍ର ବାପୁ । ଆଜି ବିଶ୍ୱର କୋଣ ଅନୁକୋଣରେ ବ୍ୟାପ୍ତ ଏବଂ ବିସ୍ତୃତ ମହାତ୍ମାଙ୍କ ମହନୀୟ ଆଦର୍ଶଗତ ସିଦ୍ଧାନ୍ତ ।

୧୯୧୭ ମସିହାରେ ଭାରତୀୟଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ହୁଏ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଆବିର୍ଭାବ । ଆଉ ନିରବଚ୍ଛିନ୍ନ ଭାବେ ୩୧ ବର୍ଷ ଧରି ସ୍ବାଧୀନତା ପ୍ରାପ୍ତି ପାଇଁ ଅହର୍ନିଶ ସଂଘର୍ଷ, ସଂଗ୍ରାମ, ଭାରତର ସ୍ବାଧୀନତା ପାଇଁ ।

ଅହିଂସା ରାସ୍ତାରେ ସଂଘର୍ଷ କରି ସ୍ବାଧୀନତା ଫେରେଇ ଆଣିବାର କୌଣସି ଇତିହାସ ନାହିଁ, ବିଶ୍ବରେ । ବିଶ୍ବର ଅଂହିସା ଆନ୍ଦୋଳନର ଯତକିଞ୍ଚିତ ଛାପ ରହିଛି, ତାହା କେବଳ ଗାନ୍ଧୀଙ୍କର ।

ଆଜି ସେହି ଅମରଆତ୍ମା, ଦେଶର ପିତା, ପୂଣ୍ୟାତ୍ମା, ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ୧୫୩ତମ ଜୟନ୍ତୀରେ ଓଡ଼ିଶା ସମ୍ବାଦ ପରିବାର ପକ୍ଷରୁ ମହାତ୍ମା ଗାନ୍ଧୀଙ୍କୁ ସଶ୍ରଦ୍ଧ ସମ୍ମାନ ।

Leave A Reply

Your email address will not be published.