Latest Odisha News

ହ୍ରିତିକ, ଦୀପିକା ଅଭିନୀତ ରାମାୟଣ ଥ୍ରୀଡି ଫିଲ୍ମରୁ ଓହରିଲେ ମହେଶ ବାବୁ

ମୁମ୍ବାଇ: ରାମାୟଣ ଏବଂ ମହାଭାରତ ଉପରେ ଫିଲ୍ମ କରିବା ଟ୍ରେଣ୍ଡ ସାଜିଛି । ପ୍ରଭାସ, ଦୀପିକା ପାଦୁକୋନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଶୁଟିଂର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ମଧୁ ମଂଟେନାଙ୍କ ରାମାୟଣ ଥ୍ରୀଡି ଷ୍ଟାର କାଷ୍ଟ ଚୟନରେ ବାରମ୍ବାର ବାଧା ଉପୁଜିଛି । ଏହି ଫିଲ୍ମରେ ହ୍ରିତିକ ରୋଶନ ରାବଣ ଏବଂ ଦୀପିକା ମାତା ସୀତାଙ୍କ ଭୂମିକା କରିବା ଚୂଡାନ୍ତ ହୋଇସାରିଛି ।

ସାଉଥ ସୁପରଷ୍ଟାର ମହେଶ ବାବୁ ରାମଙ୍କ ଭୂମିକା ପାଇଁ ରାଜି ହୋଇ ଯାଇଥିଲେ ମଧ୍ୟ ଶେଷ ମୂହର୍ତରେ ଓହରି ଯାଇଛନ୍ତି । ରାଜମୌଲୀଙ୍କ ଏକ ଫିଲ୍ମକୁ ସେ ପ୍ରାଥମିକତା ଦେଇ ଏହି ମେଗା ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ବର୍ତମାନ ମଧୁ ମଂଟେନା ଓ ନୀତିଶ ତିୱାରୀ କାହାକୁ ଭଗବାନ ଶ୍ରୀରାମ ଭୂମିକା ଦେବେ ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି ।

Leave A Reply

Your email address will not be published.