Latest Odisha News

BREAKING NEWS

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ ଜବତ ହୋଇଛି ବିପୁଳ ପରିମାଣର ଗଂଜେଇ ଓ ନଗଦ ଟଙ୍କା ।

ପୋଲିସ ରିପୋର୍ଟ ମୁତାବକ ଗତକାଲି ରାତିରେ ପଦ୍ମପୁର ପୋଲିସ ଗାଡି ଯାଂଚ କରୁଥିଲା । ସେହି ସମୟରେ ବ୍ରହ୍ମପୁର ପଟୁ ଦୃତଗତିରେ ଆସୁଥିବା ଦୁଇଟି କାରକୁ ଦେଖି ପୋଲିସର ସନ୍ଦେହ ହେବାରୁ ତାକୁ ଅଟକ ରଖାଯାଇଥିଲା । ଯାଂଚ ସମୟରେ ଦୁଇଟି କାରରେ ଗଂଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । ତନାଘନାରେ ଦୁଇଟି କାରରୁ ୬୦ କି.ଗ୍ରା ୮୦୦ ଗ୍ରାମ୍ ଗଂଜେଇ ଜବତ କରାଯାଇଛି ।

ଚୋରା ଗଂଜେଇ ଚାଲାଣ ମାମଲାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୯୧ ହଜାର ୮୫ ଟଙ୍କା ଓ ୫ଟି ମୋବାଇଲ୍ ଜବତ କରିଛି । ଗିରଫ ୫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ରାହୁଲ କୁମାର, ଶ୍ରୀକୁମାର ଶର୍ମା, ଅମିତ କୁମାର ଚୌଧୁରୀ, ଆଦିତ୍ୟ ସିଂ ଓ ରାହୁଲ କୁମାର । ଜବତ ଗଂଜେଇକୁ ସ୍ଥାନୀୟ ତହସିଲଦାର ଓ ମାଜିଷ୍ଟ୍ରଟଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୧୦ ହଜାର ଟଙ୍କା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.