Latest Odisha News

BREAKING NEWS

ଓଡିଆ ଫିଲ୍ମ ‘ମହାବାହୁ’ର ମହୁରତ

ଭୁବନେଶ୍ୱର: ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଆୟୋଜିତ ଏହି ମହୁରତ ଅବସରରେ ପୁରା ଟିମ୍ ଉପସ୍ଥିତ ଥିଲେ ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଉଷସୀ ମିଶ୍ର ପ୍ରମୁଖ ଅଭିନୟ କରିବେ । ଫିଲ୍ମର କାହାଣୀ ତଥା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ଅଭିନେତା ଶ୍ରୀତମ । ଏହାର ସଂଳାପ ଶରଣାବିନ୍ଦ ଲେଖିଥିବା ବେଳେ ସଙ୍ଗୀତ ସଂଯୋଜନା କରିବେ ପ୍ରେମାନନ୍ଦ । ଭୁବନେଶ୍ୱର, କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.