Latest Odisha News

ମୈତ୍ରୀ ବିହାର ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ । ତେବେ ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କର ସଂପୃକ୍ତି ଥିବା ନେଇ ସ୍ପଷ୍ଟ କରିଛନ୍ତି ସିପି । ସେହି ୩ଜଣଙ୍କ ମଧ୍ୟରୁ ୨ ଜଣ ଘର ଭିତରକୁ ଯାଇଥିବା ବେଳେ ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି ବୋଲି କହିଛନ୍ତି ସିପି ।

ତେବେ ଘଟଣା ପୂର୍ବଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ । ବାଲ୍‌କୋନୀ କବାଟ ଖୋଲା ରହୁଥିବା ଦେଖି ଏହି ଜଘନ୍ୟ କାଣ୍ଡର ଯୋଜନା କରିଥିଲେ । ପରିବା କଟା ଛୁରି ଦେଖାଇ ସେମାନେ ଏହି କାଣ୍ଡ ଘଟାଇଥିଲେ । ତେବେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧ ରେକର୍ଡ ରହିଛି ବୋଲି କହିଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ ।

ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ ରାଜଧାନୀ ସ୍ଥିତ ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିବା ସହ ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏ ନେଇ ପୀଡ଼ିତା ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇବା ପରେ ଆଜି ସକାଳେ ଏହି ୨ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା ପୋଲିସ ।

Leave A Reply

Your email address will not be published.