Latest Odisha News

BREAKING NEWS

ଶିକ୍ଷକ ପଦବୀ ଖାଲିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ଵର: ଶିକ୍ଷକ ପଦବୀ ଖାଲିକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ଖୁବଶୀଘ୍ର ନୂଆ ଶିକ୍ଷକ ନିଯୁକ୍ତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ଅଢ଼େଇ ବର୍ଷ ଭିତରେ ୨୮ ହଜାର ୬୯୩ ନିଯୁକ୍ତି ଦେଇସାରିଲେଣି । ବର୍ଷକୁ ୧୫ ହଜାର କରି ତିନି ବର୍ଷରେ ୪୫ ହଜାର ନିଯୁକ୍ତି ଦେବୁ । ଠିକା ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ହଟାଇ ରେଗୁଲାର ଶିକ୍ଷକ ନିଯୁକ୍ତି ଦିଆଯାଉଛି ।

ସରକାର ସବୁବେଳେ ଶିକ୍ଷକଙ୍କୁ ଗୁରୁତ୍ୱ ଦେଉଛନ୍ତି । ନୂଆ ନିଯୁକ୍ତି ପାଇଁ ପୁଣି ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ନୂଆ ନିଯୁକ୍ତି ହେବ । ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି, ପ୍ରମୋସନ ଦିଆଯାଇଛି, ଜୁନିଅର ଏସସିଏସଙ୍କୁ ସିନିଅର ଏସସିଏସରେ ପଦୋନ୍ନତି ଦିଆଯାଇଛି । ଆଗାମୀ ଦିନରେ ଯେଉଁଠି ଶିକ୍ଷକ ଅଭାବ ରହିଛି ସେମାନଙ୍କୁ ନିଯୁକ୍ତି ଦିଆଯିବ । ଆଗାମୀ ଦିନରେ ଯେଉଁଠି ଶିକ୍ଷକ ଅଭାବ ରହିଛି ସେମାନଙ୍କୁ ନିଯୁକ୍ତି ଦିଆଯିବ ।

Leave A Reply

Your email address will not be published.