Latest Odisha News

BREAKING NEWS

ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଭୁବନେଶ୍ୱର : ଆଜିଠୁ ମେକ୍-ଇନ୍-ଓଡ଼ିଶା କନକ୍ଲେଭ୍ । ୩ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ମେକ-ଇନ୍-ଓଡ଼ିଶା କନକ୍ଲେଭ । ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ । ତେବେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସରକାର କନକ୍ଲେଭ୍ ପାଇଁ ୧୧,୬୦୦ ସଂସ୍ଥାଙ୍କ ଠାରୁ ରେଜିଷ୍ଟ୍ରେସନ ଗ୍ରହଣ କରିଛନ୍ତି ।

୫ ଦିନିଆ କନକ୍ଲେଭରେ ୩୮ଟି ଇଭେଣ୍ଟ ହେବ ଓ ଏଥିରେ ୧୨୪ ଜଣ ବକ୍ତା ରହିବେ । ଜନତା ମୈଦାନରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ କନକ୍ଲେଭ ହେବ । ଏଥିରେ ରାଜ୍ୟର ବିକାଶର ସଫଳତା ସହିତ ଓଡ଼ିଶାରେ ନିବେଶ କେତେ ଫଳପ୍ରଦ, ତାହା ଦର୍ଶାଯିବ । ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ କନକ୍ଲେଭ ଆୟୋଜିତ ହୋଇଛି । କୋଭିଡ୍ ପାଇଁ ଗତ ୩ ବର୍ଷ କନକ୍ଲେଭ ହୋଇପାରିନଥିଲା । ଓଡ଼ିଶାରେ ଟେକ୍ସଟାଇଲ୍ ଓ ଆପାରେଲ୍ ଶିଳ୍ପ ନିବେଶକୁ ଆକୃଷ୍ଟ କରଯାଉଛି, ଫଳରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆହୁରି ସମୃଦ୍ଧ କରିହେବ ।

Leave A Reply

Your email address will not be published.