Latest Odisha News

BREAKING NEWS

ଠିକାଦାରଙ୍କ ଘରେ ରେଡ୍: ରାତି ଅଧିଆ ଚଢାଉକୁ ନିନ୍ଦା କଲେ ପରିବାର

ପଦ୍ମପୁର: ଦିନକ ବ୍ୟବଧାନ ପରେ ପଦ୍ମପୁରରେ ପୁଣି ରେଡ୍ । ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଯାଞ୍ଚ । ରାତି ଅଧିଆ ରେଡ୍ କରିଛନ୍ତି ପଦ୍ମପୁର ଏନଏସି ଓ ଜିଏସଟି ଅଧିକାରୀ । ରେଡରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର ସାମିଲ ଥିଲେ । ନିଜକୁ ସେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍ କହିଥିଲେ । ଇଲେକ୍ସନ ସମ୍ପର୍କିତ ସୂଚନା ପାଇ ରେଡ୍ କରିଥିଲେ, ହେଲେ ହାତେ କିଛି ଲାଗିଲା ନାହିଁ ବୋଲି ମିଡିଆକୁ ସୂଚନା ଦେଇ ଫେରିଥିଲେ ଅତିରିକ୍ତ ତହସିଲଦାର ।

ରେଡ୍ କରିବାକୁ ଆସିଥିବା ଟିମ୍ କୌଣସି ସର୍ଚ୍ଚ ଓ୍ୱାରେଣ୍ଟ ଆଣିନଥିବା ପ୍ରତାପଙ୍କ ପରିବାର ପକ୍ଷରୁ  ଅଭିଯୋଗ ହୋଇଛି । ଘରର କୋଣ କୋଣରେ ପଶି ତନ୍ନ ତନ୍ନ ଛାନଭିନ୍ କରିଥିଲେ ଅଧିକାରୀ । ହଠାତ୍ ରାତିରେ ରେଡ୍ ହୋଇଥିବାରୁ ପରିବାର ଲୋକେ ଭୟଭୀତ ହୋଇଥିବା କହିଛନ୍ତି । ଏହାକୁ ନେଇ ପଦ୍ମପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିର୍ବାଚନ ଥିଲେ କଣ ହେଲା, ନିର୍ବାଚନ କଣ ଘରେ ହେଉଛି, ଘରେ ପଶି ଖାନତଲାସ କରିବାକୁ ପରିବାର ଲୋକେ ନିନ୍ଦା କରିଛନ୍ତି ।

୨ ଦିନ ତଳେ ପ୍ରାୟ ୭ଟିସ୍ଥାନରେ ଆୟକର ଓ ଜିଏସଟି ରେଡ୍ କରିଥିଲା । ବିରୋଧ ପରେ ଯଦିଓ ଏବେ ଚଢାଉ କରିବାକୁ ମନା କରିଥିଲେ, ତଥାପି ଗତାକାଲି ରାତିରେ ପୁଣି ରେଡ୍ ହେବାରୁ ଆଜି ରେଡ୍ ରାଜନୀତିକୁ ନେଇ ପୁଣି ସରଗରମ ହେବ ପଦ୍ମପୁର ରାଜନୈତିକ ମାହୋଲ୍ ।

Leave A Reply

Your email address will not be published.