Latest Odisha News

BREAKING NEWS

ମାଆଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି : ଏମିତି କହିଲେ ମଲାଇକାଙ୍କ ପୁଅ ଅରହାନ

ମୁମ୍ବାଇ: ମାଆଙ୍କ ଡ଼୍ରେସରେ ନଜର ଆସିଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପୁଅ ଅରହାନ୍ । ନିକଟରେ ମଲାଇକା ଓ ତାଙ୍କ ପୁଅଙ୍କୁ ଏକ ହୋଟେଲରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଅରହାନ୍ ତାଙ୍କ ମାଆଙ୍କ ସାର୍ଟ୍ ପିନ୍ଧିଥିବା ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଅଭିନେତ୍ରୀ ମଲାଇକା ସବୁବେଳେ ତାଙ୍କ ଫ୍ୟାଶନକୁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫ୍ୟାଶନକୁ ଅନେକ ଅଭିନେତ୍ରୀ କପି କରୁଥିବା ବେଳେ ନିକଟରେ ତାଙ୍କ ପୁଅ ହିଁ ତାଙ୍କର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ବାନ୍ଦ୍ରାର ଏକ ହୋଟେଲକୁ ଡ଼ିନର ପାଇଁ ମାଆ ଓ ପୁଅ ଯାଇଥିଲେ । ଉଭୟ ମଲାଇକା ଏବଂ ଅରହାନ ନୀଳ ରଙ୍ଗର ଚେକ୍ ସାର୍ଟ ପିନ୍ଧିିଥିଲେ । କିନ୍ତୁ ଅର୍‌ହାନ ଯେଉଁ ସାର୍ଟ ପିନ୍ଧିଥିଲେ ତାହାକୁ ଅନେକ ଥର ପିନ୍ଧି ସାରିଛନ୍ତି ମଲାଇକା । ସେ ମାଆଙ୍କ ଚେକ୍ ସାର୍ଟରେ କଳା ରଂଗର ଜିନ୍‌୍‌ସ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ ।

ଏନେଇ ଅରହାନ୍ କହିଛନ୍ତି ଯେ, ଏଥର ମୁଁ ମାଆଙ୍କ ଡ଼୍ରେସ କେବଳ ପିନ୍ଧିନି । ଆଗରୁ ବହୁଥର ମାଆଙ୍କ ପୋଷାକ ପିନ୍ଧି ବାହାରକୁ ଯାଇଛି । ମୋତେ ମାଆଙ୍କ ଡ଼୍ରେସ ପିନ୍ଧିବାକୁ ଭଲ ଲାଗେ । କାରଣ ତାଙ୍କ ଚଏସ୍ ବହୁତ ଭଲ । ସେଥିଲାଗି ଅନେକ ଅଭିନେତ୍ରୀଙ୍କ ତାଙ୍କ ଷ୍ଟାଇଲକୁ ନକଲ କରିବାକୁ ଚେଷ୍ଟା କରିଥାନ୍ତି ।

Leave A Reply

Your email address will not be published.