Latest Odisha News

BREAKING NEWS

ଆଫଗାନିସ୍ତାନ ସଙ୍କଟ; ତୁରନ୍ତ ପଦକ୍ଷେପ ନେବାକୁ ମଲାଲା ୟୁସୁଫଜାଇଙ୍କ ଆହ୍ବାନ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଆଫଗାନିସ୍ତାନର ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ସେ ଗଭୀର ଚିନ୍ତିତ ଅଛନ୍ତି ଏବଂ ବିଶ୍ୱ ନେତାମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ କରିଛନ୍ତି।

ୟୁସୁଫଜାଇ କହିଛନ୍ତି ଯେ ବାଇଡେନ୍‌ଙ୍କୁ ଅନେକ କିଛି କରିବାକୁ ପଡିବ ଏବଂ ଆଫଗାନିସ୍ତାନର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କୁ ଏକ ସାହସିକ ପଦକ୍ଷେପ ନେବାକୁ ପଡିବ ଏବଂ ସେ ଅନେକ ବିଶ୍ୱସ୍ତରୀୟ ନେତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହା ପ୍ରକୃତରେ ଏକ ଜରୁରୀ ମାନବିକ ସଙ୍କଟ ଏହି ସମୟରେ ଆମର ସହାୟତା ପ୍ରଦାନ କରିବା ଆବଶ୍ୟକ।

Comments are closed.