Latest Odisha News

BREAKING NEWS

ଭାରତର ଏଆଇ ବ୍ୟବସ୍ଥାକୁ ପ୍ରଶଂସା କଲେ ମାଳଦ୍ୱୀପ ବାଚସ୍ପତି

ନୂଆଦିଲ୍ଲୀ: ମାଳଦ୍ୱୀପ ସଂସଦର ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲା ମଙ୍ଗଳବାର ଦିନ ସଂସଦୀୟ ପ୍ରତିନିଧିମଣ୍ଡଳୀ ସହିତ ଲୋକସଭାର କାର୍ଯ୍ୟ ବ୍ୟବସ୍ଥା ଦେଖିଥିଲେ।

ମଙ୍ଗଳବାର ଦିନ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଲୋକସଭା ଚାମ୍ବରର ଅତିଥି ଏବଂ ଗ୍ୟାଲେରୀରେ ବସିଥିବା ମାଳଦ୍ୱୀପର ‘ପିପୁଲ୍ସ ମଜଲିସ୍’ର ବାଚସ୍ପତି ଅବଦୁଲ୍ ରହିମ୍ ଅବଦୁଲ୍ଲା ଏବଂ ତାଙ୍କ ସହିତ ଭାରତ ଆସିଥିବା ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରାଯାଇଥିଲା। ପୂରା ସଦନମଧ୍ଯ ଅତିଥିମାନଙ୍କୁ ସମ୍ମାନର ସହ ସ୍ୱାଗତ କରିଥିଲେ।

ମାଳଦ୍ୱୀପର ବାଚସ୍ପତି ଭାରତୀୟ ସଂସଦରେ ଡିଜିଟାଲାଇଜେସନ ଏବଂ ଟେକ୍ନୋଲୋଜିର ପ୍ରଶଂସା କରିବା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଭାରତୀୟ ସଂସଦ  ଡିଜିଟାଲ୍ ଆର୍କାଇଭିଙ୍ଗ ସହାୟତା ଦ୍ଵାରା ମାଳଦ୍ୱୀପର ମଜଲିସରେ  ଆଧୁନିକ ପ୍ରଯୁକ୍ତିବିଦ୍ୟା ର ବ୍ୟବହାର କରି ସେମାନଙ୍କର ସଂସଦୀୟ ରେକର୍ଡକୁ  ସଂରକ୍ଷଣ କରିବାପାଇଁ ମାଳଦ୍ୱୀପର ବାଚସ୍ପତି  ଅନୁରୋଧ କରିଥିଲେ। ଯାହାପରେ ଓମ୍ ବିର୍ଲା ମାଳଦ୍ୱୀପକୁ ସମସ୍ତ ସମ୍ଭାବ୍ୟ ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି  ଆଶ୍ୱାସନା ଦେଇଛନ୍ତି।

ଭାରତର ସଂସଦ ଭବନର କାର୍ଯ୍ୟାଳୟଗୁଡ଼ିକୁ ‘ଅତ୍ୟାଧୁନିକ’ ଢଙ୍ଗରେ ଡିଜାଇନ୍ କରାଯାଇଛି ଏବଂ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଟେକ୍ନୋଲୋଜି ର ବ୍ୟବହାର କରାଯାଇଛି।

Comments are closed.