Latest Odisha News

BREAKING NEWS

ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ

ନୂଆଦିଲ୍ଲୀ: ମାଳଦ୍ୱୀପ ଭ୍ରମଣରେ ଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଖୁସି ଖବର। ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ। ମାଳଦ୍ୱୀପ ଭାରତୀୟ ପର୍ଯ୍ୟଟକଙ୍କ ଏକ ପ୍ରିୟ ପର୍ଯ୍ୟଟନ ସ୍ଥଳୀ। ନିଜ ଖାଲି ସମୟ କଟାଇବା ଲାଗି ଏହି ସ୍ଥାନ ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ। ମାଳଦ୍ୱୀପରେ ଆଜିଠାରୁ ଭାରତୀୟ ପର୍ଯ୍ୟଟକଙ୍କ ପ୍ରବେଶକୁ ମିଳିଲା ଅନୁମତି।

କରୋନା ଦ୍ବିତୀୟ ତରଙ୍ଗ ସଂକ୍ରମଣରେ ତୀବ୍ର ବୃଦ୍ଧି ଯୋଗୁ ଗତ ମାସରେ ଦେଶର ରାଷ୍ଟ୍ରପତି ଏଠାକୁ ଭାରତୀୟ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରିଥିଲେ। ତେବେ ଆଜିଠାରୁ ଦକ୍ଷିଣ ଏସିଆ ଦେଶଗୁଡ଼ିକ ପାଇଁ ମାଳଦ୍ୱୀପର ସୀମା ଖୋଲୁଛି।

Comments are closed.