Latest Odisha News

BREAKING NEWS

ଖସୁଛି ଜଳସ୍ତର: ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଦୀର୍ଘ ୬ଦିନ ଧରି ପାଣିରେ ବୁଡି ରହିଥିବା କାଙ୍ଗୋରୁକୋଣ୍ଡା ପୋଲ ଉପରୁ ଖସିଲା ବନ୍ୟାଜଳ ।

ବନ୍ୟାଜଳ ଖସିବାରୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା ।

ଅନ୍ୟପଟେ ବନ୍ୟାଜଳରେ ଏବେବି ବୁଡି ରହିଛି ମୁଗି ପଏଣ୍ଟ ସହ ପୁରୁଣା ମୋଟୁ ଅଞ୍ଚଳ । ଗୋଦାବରୀ ନଦୀର ଜଳସ୍ତର ୬୩ରୁ ୫୩ ଫୁଟକୁ ହ୍ରାସ ପାଇଥିବା ସୂଚନା।

ବନ୍ୟାପାଣି ମାଡିଥିବା ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ପାଣି ଛାଡିବା ପରେ ସେମାନେ ଘରକୁ ଫେରିଛନ୍ତି। ଢେଙ୍କାନାଳ ଓ ମାଲକାନଗିରିର ବିଭିନ୍ନ ଅଂଚଳ ବ୍ୟାପକ ପ୍ରଭାବିତ ହୋଇଛି। କିଛି ରାସ୍ତା ବିଚ୍ଛିନ୍ନ ରହିଛି। ବଲାଙ୍ଗୀରରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ଆହତ ଥିବା ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।

Leave A Reply

Your email address will not be published.