ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଦନ୍ତେୱାଡାର ଫେରେସା ଜଙ୍ଗଲରେ ଏକ ବଡ ଧରଣର ମଓ ଶିବିର ଥିବା ଖବର ପାଇ ଛତିଶଗଡ ପୋଲିସ ଓ ସିଆର୍ଫିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା।
ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ପୋଲିସ ଅନୁମାନ କରିଛି ।
Comments are closed.