Latest Odisha News

BREAKING NEWS

ରାୟଗଡାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ

ରାୟଗଡା : ରାୟଗଡା ଜିଲ୍ଲାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ । ରାୟଗଡା ସରସ୍ପତୀ ଶିଶୁ ବିଦ୍ୟା ମନ୍ଦିରର ଶାଶ୍ଵତି ରଥ ହେଲେ ଜିଲ୍ଲାରେ ଟପ୍ପର । ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୮ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାୟଗଡା ଜିଲ୍ଲାରୁ ୯୮.୬ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ରାୟଗଡା ଜିଲ୍ଲାରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୧୧,୯୧୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି ।

ତେବେ ରାୟଗଡା ସରସ୍ପତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶାଶ୍ଵତୀ ରଥ ସର୍ବାଧିକ ୫୬୨ ନମ୍ବର ରଖି ରାୟଗଡା ଜିଲ୍ଲା ଟପ୍ପର ହୋଇଛନ୍ତି । ତେବେ ଶାଶ୍ଵତୀ ପାଖାପାଖି ୯୭ ପ୍ରତିଶତ ମାର୍କ ଆଶାରେ ରହିଥିବା ବେଳେ ବର୍ତ୍ତମାନ ସେ ୯୩.୬ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ଜିଲ୍ଲାରେ ସେ ସର୍ବାଧିକ ନମ୍ବର ରଖି ପାସ୍ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁୁଭେଛାର ସୁଅ ଛୁଟୁଛି ।

ରାୟଗଡା ଜିଲ୍ଲାରୁ ଏ-1 ଗ୍ରେଡ୍ ରେ ମୋଟ ୫ ଜଣ ରହିଥିବା ବେଳେ ରାୟଗଡା ସରସ୍ପତୀ ଶିଶୁ ବିଦ୍ୟାମନ୍ଦିରର ସୁନନ୍ଦନ ନାୟକ ୫୫୩ ନମ୍ୱର , ଦ୍ଵିତୀୟ, ଆସ୍ତାସାଇ ମହାନ୍ତି ୫୪୯, ତୃତିୟ , ଆଶୁତୋଷ ରଥ ୫୪୧ ଓ ବିଷମକଟକର ଲଳିତ କୁମ୍ବୁରିକା ୫୪୧ ନମ୍ବର ଚତୁର୍ଥ ସ୍ଥାନରେ ଥିବା ଜଣାପଡିଛି ।

Leave A Reply

Your email address will not be published.