Latest Odisha News

BREAKING NEWS

ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ ହୋଇଛି । ଶୁକ୍ରବାର ଦିନ ଆପୋଲୋ ହସପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୭୫ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ଜଷ୍ଟିସ୍ ନବକିଶୋର ଦାସଙ୍କ ପୁତ୍ର । ତାଙ୍କର ପତ୍ନୀ ସରିତା ଦାସ ଜଣେ ରିଟାୟାର୍ଡ ଆଇଏଏସ୍ ଅଫିସର ଓ ପୁଅ ଆଦିତ୍ୟ ଦାସ ବି ଜଣେ ଆଇନଜୀବୀ ।

ଜୟନ୍ତ ଦାସ  ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ । ସେହିଭଳି ଇଂଲଣ୍ଡର ଅଡିଟ ଆକାଉଣ୍ଟସର୍ଭିସେସ୍‌ରେ ଯୋଗ ଦେଇଥିଲେ । ହେଲେ ସେଠାରୁ ଛାଡି ଓକିଲାତିକୁ ପେଶା ଭାବରେ ଗ୍ରହଣ କରିଥିଲେ । ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିବା ବେଳେ ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave A Reply

Your email address will not be published.