ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରିଦର୍ଶନ କରି ସେଠାର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।
ସେମାନଙ୍କ ଭିତରେ ରହିଛନ୍ତି ଭୁବନେଶ୍ବରରୁ ସୁରକ୍ଷା ବିଭାଗର ସହକାରୀ ନିର୍ଦେଶକ ମନୋଜ ଦାସ ଓ ଏରୋ ସେଫଗାର୍ଡର ସହକାରୀ ନିର୍ଦେଶକ ନୀରଜ ନାୟକ । ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ, ଏସପି, ଅଗ୍ନିଶମ ଅଧିକାରୀ, ସିଡିଏମଓ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ଟ୍ରାଏଲ ରନର ସଫଳତା ଓ ପାରିପାର୍ଶ୍ବିକ ସ୍ଥିତି ନେଇ ଆଲୋଚନା କରିଛନ୍ତି ।
ମାଲକାନଗିରି ଏୟାର ପୋର୍ଟ କନସଲଟାଣ୍ଟ ଅଶୋକ ରାଉତ ଆସନ୍ତା ୨୧ରେ ପହଞ୍ଚି ଏୟାରପୋର୍ଟର ତଦାରଖ କରିବେ । ପରଦିନ ଅର୍ଥାତ୍ ୨୨ ତାରିଖରେ ଟ୍ରାଏଲ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯିବ ବୋଲି ମାଲକାନଗିରି ADM ବେଦବର ପ୍ରଧାନ କହିଛନ୍ତି ।