Latest Odisha News

BREAKING NEWS

ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ

ପୁରୀ: ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଦିନିକିଆ ମାଲଖମ୍ବ ରାଜ୍ୟସ୍ତରୀୟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ମନୋନୀତ ହୋଇଥିବା ଖେଳାଳିମାନେ ମଧ୍ୟପ୍ରଦେଶରେ ଜାନୁୟାରୀ ୩୦ରୁ ଫେବୃୟାରୀ ୧୧ପର୍ଯ୍ୟନ୍ତ ହେବାକୁ ଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନରେ ଏହି ଚୟନ ଶିବିର ଆୟୋଜିତ ହୋଇଥିଲା । ଉତରପ୍ରଦେଶର ଜାତୀୟ ଚୟନକର୍ତା ଅନୀଲ ପଟେଲ ଓ ରବି ପ୍ରକାଶ ବିଚାରକ ଭାବେ ଯୋଗ ଦେଇଥିଲେ ।

ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଏହାକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରୀ ଶଙ୍କର ସିଂହାରୀ, ଜ୍ୟୋତିର୍ମୟୀ ମିଶ୍ର, ସନ୍ତୋଷ କୁମାର ନାୟକ, ଅଜିତ ସାମନ୍ତରାୟ, ପାର୍ବତୀ ଜେନା, ଗୋପାଳ ପରିଡା, ରଶ୍ମିରଞ୍ଜନ ରେଡ୍ଡୀ, ବିଷ୍ଣୁ ସେଠୀ, ସୀତାକାନ୍ତ ଓଝା, ମଦୂସୁଦନ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.