ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି-କଂଗ୍ରେସ କାଦୁଅ ଫିଙ୍ଗାପିଙ୍ଗି ବଢି ଚାଲିଛି । ଆରୋପ-ପ୍ରତ୍ୟାରୋପ ବି ବଢିଚାଲିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆରଏସଏସକୁ ତାଲିବାନ ସହ ତୁଳନା କରିଥିବାବେଳେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା ରାହୁଲ ଗାନ୍ଧିଙ୍କୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି ।
ଋାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଗତକାଲି ଜମ୍ମୁକାଶ୍ମୀରରେ ପହଞ୍ଚିଛି । ପଞ୍ଜାବରୁ ଯାଇ ଜମ୍ମୁକାଶ୍ମୀରରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡଗେ ପଞ୍ଜାବର ପଠାନକୋଟରେ ଉଦବୋଧନ ଦେଇଥିିଲେ । ଉଦାବୋଧନ ବେଳେ ଖଡଗେ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଥିଲେ । କ୍ଷମତା ପାଇଁ ବିଜେପି ଦବଙ୍ଗଗିରି କରୁଛି । କଂଗ୍ରେସ ନେତାଙ୍କୁ ଭୟଭୀତ କରାଉଛି । ଅନ୍ୟପକ୍ଷେ କ୍ଷମତାକୁ ଆସିବା ପରେ ଦେଶରେ ବିକାଶ ପଛେଇ ଯାଇଛି । ବିଜେପି ଟଙ୍କା ଦେଇ ଏବଂ ଭୟ ଦେଖାଇ କଂଗ୍ରେସ ଭୋଟ ଛଡ଼ାଇ ନେଉଛି ।
ଆରଏସଏସକୁ ତାଲିବାନ ସହ ତୁଳନା କରି କହିଛନ୍ତି, ଆରଏସଏସ ଆମ୍ବେଦକର ଏବଂ ଜବାହରଲାଲ ନେହରୁଙ୍କୁ ସମ୍ମାନ ଦିଏ ନାହିଁ । ଏପରିକି ଆରଏସଏସରେ ମହିଳାଙ୍କ ସ୍ଥାନ ନାହିଁ । ଆରଏସଏସ ମହିଳାଙ୍କ ସ:ାଧୀନତାକୁ ସମ୍ମାନ ଦିଏନି ଠିକ ତାଲିବାନମାନେ ଆଫଗାନିସ୍ଥାନରେ କଲାପରି ।
ଅନ୍ୟପକ୍ଷେ ଭାରତଯୋଡୋ ଯାତ୍ରା ଜମ୍ମୁକଶ୍ମୀରରେ ପହଞ୍ଚିବା ପରେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା ରାହୁଲଙ୍କ ପ୍ରଶଂସା କରିଛନ୍ତି । କାଠୁଆଠାରେ ଏକ ଜନସଭାରେ ଉଦବୋଧନ ଦେଇ ତାଙ୍କୁ ହିନ୍ଦୁ ଧର୍ମର ମହାନ ସାଧକ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି ଫାରୁକ ଅବଦୁଲା । ସେ କହିଛନ୍ତି, ଆଦି ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ପ୍ରଥମ ବ୍ୟକ୍ତି ଯିଏ କାଶ୍ମୀରରୁ କନ୍ୟାକୁମାର ଚାଲି ଚାଲି ଯାତ୍ରା କରିଛନ୍ତି । ଶଙ୍କରାଚାର୍ଯ୍ୟ ଜଙ୍ଗଲପଥ ଦେଇ ବୁଲିଥିଲେ । ଏବେ ରାହୁଲ ସଡକ ପଥ ଦେଇ ବୁଲୁଛନ୍ତି ।
ଯାହା ବି ହେଉ, ଏପରି ଆରୋପ-ପ୍ରତ୍ୟାରୋପ ଭିତରେ ହିନ୍ଦୁ ସଂଗଠନକୁ ନିନ୍ଦା କରୁଥିବାବେଳେ ନେତାଙ୍କୁ ହିନ୍ଦୁ ସାଧକଙ୍କ ସହ ତୁଳନା କରୁଛନ୍ତି ।
BREAKING NEWS
- Road Accident: ଘାଟିରେ ଓଲଟିଲା ବସ୍ ;୫ ଜଣକ ମୃତ୍ୟୁ, ୫୦ରୁ ଅଧିକ ଆହତ
- କୋହଲିଙ୍କ ଶତକ ବ୍ୟର୍ଥ, ଭାରତରେ ପ୍ରଥମ ଥର ଦିନିକିଆ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
- Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…
- ସମ୍ମୁଖକୁ ଆସିଲା ଶାହାରୁଖଙ୍କ କିଙ୍ଗ ଫିଲ୍ମର ରିଲିଜ ତାରିଖ
- ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରିତ କରୁଛି ହିଣ୍ଡାଲ୍କୋର ‘ପ୍ରୋଜେକ୍ଟ ଶକ୍ତି’
- Arvind Mahapatra’s Suspension: ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ: ବିଜେଡି
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
- Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
- Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍କୁ ‘ଓସଜା’ ପୁରସ୍କାର
Comments are closed.