ନୂଆଦିଲ୍ଲୀ: ୨୦୨୪ ନର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି-କଂଗ୍ରେସ କାଦୁଅ ଫିଙ୍ଗାପିଙ୍ଗି ବଢି ଚାଲିଛି । ଆରୋପ-ପ୍ରତ୍ୟାରୋପ ବି ବଢିଚାଲିଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଆରଏସଏସକୁ ତାଲିବାନ ସହ ତୁଳନା କରିଥିବାବେଳେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା ରାହୁଲ ଗାନ୍ଧିଙ୍କୁ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି ।
ଋାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ଗତକାଲି ଜମ୍ମୁକାଶ୍ମୀରରେ ପହଞ୍ଚିଛି । ପଞ୍ଜାବରୁ ଯାଇ ଜମ୍ମୁକାଶ୍ମୀରରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡଗେ ପଞ୍ଜାବର ପଠାନକୋଟରେ ଉଦବୋଧନ ଦେଇଥିିଲେ । ଉଦାବୋଧନ ବେଳେ ଖଡଗେ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଥିଲେ । କ୍ଷମତା ପାଇଁ ବିଜେପି ଦବଙ୍ଗଗିରି କରୁଛି । କଂଗ୍ରେସ ନେତାଙ୍କୁ ଭୟଭୀତ କରାଉଛି । ଅନ୍ୟପକ୍ଷେ କ୍ଷମତାକୁ ଆସିବା ପରେ ଦେଶରେ ବିକାଶ ପଛେଇ ଯାଇଛି । ବିଜେପି ଟଙ୍କା ଦେଇ ଏବଂ ଭୟ ଦେଖାଇ କଂଗ୍ରେସ ଭୋଟ ଛଡ଼ାଇ ନେଉଛି ।
ଆରଏସଏସକୁ ତାଲିବାନ ସହ ତୁଳନା କରି କହିଛନ୍ତି, ଆରଏସଏସ ଆମ୍ବେଦକର ଏବଂ ଜବାହରଲାଲ ନେହରୁଙ୍କୁ ସମ୍ମାନ ଦିଏ ନାହିଁ । ଏପରିକି ଆରଏସଏସରେ ମହିଳାଙ୍କ ସ୍ଥାନ ନାହିଁ । ଆରଏସଏସ ମହିଳାଙ୍କ ସ:ାଧୀନତାକୁ ସମ୍ମାନ ଦିଏନି ଠିକ ତାଲିବାନମାନେ ଆଫଗାନିସ୍ଥାନରେ କଲାପରି ।
ଅନ୍ୟପକ୍ଷେ ଭାରତଯୋଡୋ ଯାତ୍ରା ଜମ୍ମୁକଶ୍ମୀରରେ ପହଞ୍ଚିବା ପରେ ନାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲା ରାହୁଲଙ୍କ ପ୍ରଶଂସା କରିଛନ୍ତି । କାଠୁଆଠାରେ ଏକ ଜନସଭାରେ ଉଦବୋଧନ ଦେଇ ତାଙ୍କୁ ହିନ୍ଦୁ ଧର୍ମର ମହାନ ସାଧକ ଆଦି ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କରିଛନ୍ତି ଫାରୁକ ଅବଦୁଲା । ସେ କହିଛନ୍ତି, ଆଦି ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ପ୍ରଥମ ବ୍ୟକ୍ତି ଯିଏ କାଶ୍ମୀରରୁ କନ୍ୟାକୁମାର ଚାଲି ଚାଲି ଯାତ୍ରା କରିଛନ୍ତି । ଶଙ୍କରାଚାର୍ଯ୍ୟ ଜଙ୍ଗଲପଥ ଦେଇ ବୁଲିଥିଲେ । ଏବେ ରାହୁଲ ସଡକ ପଥ ଦେଇ ବୁଲୁଛନ୍ତି ।
ଯାହା ବି ହେଉ, ଏପରି ଆରୋପ-ପ୍ରତ୍ୟାରୋପ ଭିତରେ ହିନ୍ଦୁ ସଂଗଠନକୁ ନିନ୍ଦା କରୁଥିବାବେଳେ ନେତାଙ୍କୁ ହିନ୍ଦୁ ସାଧକଙ୍କ ସହ ତୁଳନା କରୁଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.