Latest Odisha News

BREAKING NEWS

ଦୀପିକା ଦାଶଙ୍କ ପ୍ରଥମ କବିତା ସଙ୍କଳନ ‘ଅସ୍ତରାଗ’ ଉନ୍ମୋଚିତ

ଭୁବନେଶ୍ୱର : ନବ ପ୍ରଜନ୍ମର ଯୁବ କବୀ ଦୀପିକା ଦାଶଙ୍କର ପ୍ରଥମ କବିତା ସଙ୍କଳନ ‘ଅସ୍ତରାଗ’ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇ ଯାଇଛି ।

ବିଶିଷ୍ଟ କଥାକାର ଆର୍ଯ୍ୟ ଜଜ୍ଞଦତ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଏହି ସାରସ୍ଵତ ସମାରୋହରେ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବରେ, ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟବକ୍ତା ଭାବରେ , ବରିଷ୍ଠ କବୀ ମମତା ଦାଶ ସମ୍ମାନିତ ଅତିଥି ଏବଂ କବି ସୁଶାନ୍ତ ଦାଶ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ।

ଉନ୍ମୋଚିତ କବିତା ସଙ୍କଳନସ୍ଥ ସମସ୍ତ କବିତା ପାଠକଙ୍କ ମନକୁ ଛୁଇଁବ ଏବଂ ଓଡ଼ିଆ ସାହିତ୍ୟ ଜଗତରେ ଏକ ନୂତନ ଆଲୋଡନ ସୃଷ୍ଟି କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମଟି ସୁନନ୍ଦା ବି. ମହାପାତ୍ରଙ୍କ ସଂଯୋଜନାରେ ପରିପୃଷ୍ଟ ହୋଇଥିବା ବେଳେ ଜାହ୍ନବୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.