ପଶ୍ଚିମବଙ୍ଗ: ସିଏଏ ଓ ଏନ୍ଆର୍ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ ଏନ୍ଆର୍ସି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ।
ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆର୍ସିକୁ ନେଇ ଚାରିଆଡେ ଅଶାନ୍ତି ଲାଗି ରହିଛି । ପ୍ରତିଦିନ ଏହାକୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ଆସାମରେ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଏନ୍ଆର୍ସି ଡରରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତ ।
ଏନ୍ଆର୍ପି ତଥା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରକୁ ନେଇ ମଧ୍ୟ ସେ କହିଛନ୍ତି । ମମତା କହିଛନ୍ତି ଯେ, ଯଦି କେହି ଆପଣଙ୍କୁ ଆଧାର କାର୍ଡ କିମ୍ବା ପରିବାରର କାଗଜପତ୍ର ମାଗନ୍ତି ତେବେ ମୁଁ ନକହିବା ପର୍ଯ୍ୟନ୍ତ ଦିଅନ୍ତୁ ନାହିଁ । ସୂଚନାଯୋଗ୍ୟ ଯେ, ଲୋକସଭାରେ ମଙ୍ଗଳବାର କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏବେ ଦେଶରେ ଏନ୍ଆର୍ସି ଲାଗୁ କରିବାର କୌଣସି ଯୋଜନା ନାହିଁ । ଏହାପରେ ବି ମମତା ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି ।
BREAKING NEWS
- Rastrapati Bhawan: ୪୫ ଲକ୍ଷ ଇଟା, ୩୪୦ କୋଠରୀ, ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ…ଏଥିପାଇଁ ସାରା ବିଶ୍ଵରେ ସ୍ୱତନ୍ତ୍ର ଭାରତର ରାଷ୍ଟ୍ରପତି ଭବନ…
- Home Remedies: ଆପଣ ମୁହଁରେ ହଳଦୀ ଏବଂ ଦହି ସହିତ ବେସନ ଲଗାଉଛନ୍ତି କି?, ହୋଇପାରେ କିଛି ଏମିତି…
- Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ ସରକାର…
- Subhadra Yojana: ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଜାନୁଆରୀ ୧୮ ପରିବର୍ତ୍ତେ ଏହି ଦିନ ମିଳିବ ସୁଭଦ୍ରା ଟଙ୍କା..
- ଗଣତନ୍ତ୍ର ଦିବସରେ ଇତିହାସ ରଚିବେ ଏନସିସି କ୍ୟାଡେଟ୍, କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ହାତରେ..
- Mrunal Dhanush Wedding Rumours: ଧନୁଷଙ୍କ ସହ ବିବାହ ଗୁଜବ ମଧ୍ୟରେ ଏମିତି ଭିଡ଼ିଓ ପୋଷ୍ଟ କଲେ ମୃଣାଲ ଠାକୁର…କିଛି ମିନିଟ୍ ମଧ୍ୟରେ ହେଲା ଭାଇରାଲ
- ଦିଲ୍ଲୀ-ବାଗଡୋଗ୍ରା ଇଣ୍ଡିଗୋ ବିମାନକୁ ବୋମା ଧମକ
- Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି ପ୍ରଶଂସକଙ୍କ ସହ କରାଇଲେ ପରିଚୟ…
- Protests Against Trump: “ସହିବୁନି ଟ୍ରମ୍ପଙ୍କ ଜବରଦସ୍ତି”, ରାସ୍ତାକୁ ଓହ୍ଲାଇଲେ ଆମେରିକା ବିରୁଦ୍ଧରେ କ୍ରୋଧିତ ଗ୍ରୀନଲ୍ୟାଣ୍ଡବାସୀ…
- ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅପରାଧୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
Comments are closed.