Latest Odisha News

ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ

କେନ୍ଦୁଝର: ପିଲା ଚୋରି ସନ୍ଦେହରେ ଅଜଣା ବ୍ୟକ୍ତିକୁ କାବୁ କଲେ ଲୋକେ । ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଅଜଣା ବ୍ୟକ୍ତି ଚୋରି କରି ନେଇଯାଉଥିବା ବେଳେ କାବୁ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ବ୍ୟକ୍ତି ଭିନ୍ନକ୍ଷମ ନାବାଳିକାକୁ ଧରି ନିକଟସ୍ଥ ଜଙ୍ଗଲ ଆଡକୁ ଯାଉଥିବା ମେଡିକାଲରେ ଥିବା କିଛି ଲୋକ ଦେଖିଥିଲେ । ଏହାକୁ ଦେଖି ଉକ୍ତ ଅଜଣା ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରହିନଥିଲା । ତେବେ ଏହା ପରେ ସ୍ଥାନୀୟ ଲୋକେ ଓ ମେଡିକାଲ ସିକ୍ୟୁରିଟି କର୍ମଚାରୀ ତାକୁ ଗୋଡାଇ ଗୋଡାଇ କାବୁ କରିବା​‌ରେ ସକ୍ଷମ ହୋଇଥିଲେ ।

ପରେ ପୋଲିସକୁ ଫୋନ୍‌ କରିଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ଥାନାକୁ ଆଣିଥିଲେ । ବ୍ୟକ୍ତି ଜଣକର ପରିଚୟ ମିଳିପାରିନଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.