Latest Odisha News

BREAKING NEWS

ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା କଥା ମନେପଡେ : ସସ୍ମିତ ପାତ୍ର

ଭୁବନେଶ୍ୱର: ମମିତା ମେହେର ହତ୍ୟା କାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ଚାଲିଥିବା ବେଳେ। ଆଜି ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସମିଟ କରାଯାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧାସଳଖ ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା କଥା ମନପଡେ ,ସରିଗଲେ ଭୁଲିଯାଆନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି ।ଏପରି ଶସ୍ତା ରାଜନୀତି କରି ବିଜେପି ଜାତୀୟ ସ୍ତରରେ ଦେଶକୁ ବଦନାମ କରୁଛି ବୋଲ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଇତିଶ୍ରୀ ଘଟଣା ଓ କୁନ୍ଦୁଲି ଘଟଣାକୁ ନେଇ ବିଜେଡି କଂଗ୍ରେସ ଓ ବିଜେପିକୁ କାଉଣ୍ଟର କରିଥିଲା ।୨୦୧୪ ସାଧାରଣ ନିର୍ବାଚନ ଓ ବିଜେପୁର ଉପନିର୍ବାଚନ କଥା ଜାଣି ବିରୋଧୀ ଜାଣିଶୁଣି ଏଭଳି ପ୍ରସଙ୍ଗ ଉଠାଇଥିଲେ ବୋଲି ସସ୍ମିତ ପାତ୍ର କହିଛନ୍ତି। ନିର୍ବାଚନ ସରିବା ପରେ ଏସବୁ ଭୁଲିଯାଇଥିଲେ ବିରୋଧୀ । ବିଜେପି ନାରୀମାନଙ୍କୁ ନେଇ ଶସ୍ତା ରାଜନୀତି କରୁଛି ହେଲେ ରାଜ୍ୟ ସରକାର ସବୁବେଳେ ନାରୀଙ୍କୁ ସମ୍ମାନ ଦିଅନ୍ତି ଓ ନାରୀ ସୁରକ୍ଷା ପ୍ରସଙ୍ଗକୁ ଗୁରୁତର ସହ ନିଅନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି।

ରାଜନୈତିକ ସୁବିଧା ହାସଲ ପାଇଁ ବିରୋଧୀ ଏହି ସବୁ ପ୍ରସଙ୍ଗ ଉଠାନ୍ତି। ମମିତା ମେହେର ହତ୍ୟା କାଣ୍ଡକୁ ନେଇ ବିରୋଧୀଙ୍କ ରାଜନୀତି ଥମୁନଥିବା ବେଳେ ଆଜି ବିଜେଡି ପକ୍ଷରୁ  କରାଯାଇଥିଲା। ଏହି ପ୍ରେସମିଟରେ ବିରୋଧୀଙ୍କୁ ଟାର୍ଗଟ କରିଛି ବିଜେଡି।

Leave A Reply

Your email address will not be published.