ବଲାଙ୍ଗୀର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିର ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍ ନେଇ ଅନ୍ୟ ଏକ ଅପ୍ଡେଟ୍ ଆସିଛି। ଅଭିଯୁକ୍ତ ରାଧେ ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍ ମମିତା ମେହେରଙ୍କ ନୁହେଁ ବୋଲି ପୁଲିସ କହିଛି । ରାଧେ ଗିରଫ ହେବା ପରେ ଏହି ବ୍ୟାଗ୍ଟି ସ୍ତ୍ରୀ ପୁଲିସକୁ ଦେଇଥିଲା । ତେଣୁ ବ୍ୟାଗ୍ ଭିତରେ ଥିବା ଜିନିଷ ପ୍ରତି ପୁଲିସର ନଜର ରହିଥିଲା। ତେବେ ପରିବାର ଲୋକେ ଏନେଇ ମୁହଁ ଖୋଲିନାହାନ୍ତି ।
ଅନ୍ୟପଟରେ ମୃତଦେହ ନିକଟରୁ ମିଳିଥିବା ଚେନ୍, ପାଉଁଜିକୁ ପୁଲିସ ମମିତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ପରିବାର ଲୋକ ମମିତାଙ୍କ ଚେନ୍ ଓ ପାଉଁଜି ଚିହ୍ନଟ କରିବା ପରେ ହସ୍ତାନ୍ତର କଲା ପୁଲିସ।
Comments are closed.