Latest Odisha News

BREAKING NEWS

ଭଦ୍ରକରେ ନିଜ ନବଜାତ ପୁତ୍ର ସନ୍ତାନକୁ ହତ୍ୟା କରି ପୋଲିସ ଦ୍ୱାରା ବାପା ଗିରଫ

ଭଦ୍ରକ: ଭଦ୍ରକ ସହରରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଜର ଏକମାସର ପୁତ୍ର ସନ୍ତାନକୁ ମାରିଦେଇ ଗାତରେ ପୋତିଦେବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛି ।

ଏହି ହତ୍ୟାକାଣ୍ଡରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହରର ଗେଲଟୁଆ ନ୍ୟୁ କଲୋନୀର ଜଣେ ବ୍ୟକ୍ତିକୁ ସୋମବାର ଦିନ ଗିରଫ କରିଛି । ତେବେ ଏହି ଘଟଣାଟି ଗତ ଅଗଷ୍ଟ ୩୦ ତାରିଖରେ ଘଟିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଜଣେ ବ୍ୟକ୍ତି ମଦ୍ୟପାନ କରି ନିଜ ସ୍ତ୍ରୀ ସହିତ ଝଗଡ଼ା କରିଥିଲା । ତେବେ ଉତ୍ୟକ୍ତ ଅବସ୍ଥାରେ ସେ ନିଜର ଏକମାସର ପୁତ୍ର ସନ୍ତାନକୁ ହତ୍ୟାକରି ଘର ନିକଟରେ ଏକ ଗାତରେ ପୋତି ଦେଇଥିଲା ।

ଏସମ୍ପର୍କରେ ସେପ୍ଟେମ୍ବର ୭ରେ ପୋଲିସ ନିକଟରେ ମହିଳା ଜଣକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ସୋମବାର ଦିନ ଅଭିଯୁକ୍ତକୁ ଗିରଫ କରିଛି ।

ଇତିମଧ୍ୟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କୁନି ପିଲାଟିର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।\n

Leave A Reply

Your email address will not be published.