Latest Odisha News

ସୋନପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ସ୍ୱାମୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ଘଟିଛି ।

ମିଳିଥିବା ସୂଚନାନୁଯାୟୀ ରସିକ ଥପା କୌଣସି କାରଣବଶତଃ ନିଜ ସ୍ତ୍ରୀ ମମତା ଥପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସମ୍ପୃକ୍ତ ସ୍ୱାମୀ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି ।

ମମତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ଏବଂ ଏନଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ସୁତ୍ରରୁ ପ୍ରକାଶ ।

Comments are closed.