Latest Odisha News

BREAKING NEWS

ବିରିୟାନୀ ଲୋଭ ଯୋଗୁ ଆତ୍ମହତ୍ୟାରୁ ଓହରିଲେ ଯୁବକ

କୋଲକାତା: ଏଠାକାର ଏକ ବ୍ୟସ୍ତବହୂଳ ଅଂଚଳରେ ଜଣେ ଯୁବକ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରେ ଲାଗିଲା । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏଥିରୁ ବ୍ୟକ୍ତିଙ୍କୁ ନିବୃତ କରାଯାଇ ପାରି ନ ଥିଲା । ଟ୍ରାଫିକ ଜାମ, ସିନିୟର ଅଧିକାରୀଙ୍କ ବାରମ୍ବାର ଫୋନ ଉପସ୍ଥିତ ପୋଲିସଙ୍କ ମୁଣ୍ଡ ଖରାପ କରି ଦେଇଥିଲା । ଏହି ସମୟରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିର ପୁଅ ଆସି ପୋଲିସଙ୍କ କାନରେ କଣ କହିଥିଲା । ଏହା ପରେ ପୋଲିସ ହଠାତ ଉଚ୍ଚ ସ୍ୱରରେ ଘୋଷଣା କରିଥିଲା ଯେ, ତୁମେ ଯଦି ଏଥିରୁ ନିବୃତ ରହିବ ଆମେ ତୁମକୁ ବିରିୟାନୀ ଖାଇବାକୁ ଦେବୁ ଓ ଚାକିରୀ ବୁଝିବୁ । ବ୍ୟକ୍ତିର ରାଗ ଶାନ୍ତ ହୋଇ ଯାଇଥିଲା ଓ ସେ ତଳକୁ ଓହ୍ଲାଇ ଆସିଥିଲା । ଉକ୍ତ ୪୦ ବର୍ଷୀୟ ବ୍ୟକ୍ତିଙ୍କ ପତ୍ନୀ ତାଙ୍କୁ ଛାଡି କରି ପଳାଇ ଯାଇଛନ୍ତି । ଏଥିନେଇ ସେ ମାନସିକ ଚାପରେ ରହୁଥିଲେ ।

ଘଟଣା ଦିନ ଦ୍ୱିପ୍ରହରରେ ନିଜ ଝିଅ ସହ ଯାଉଥିବା ବେଳେ ବ୍ରିଜ ନିକଟରେ ହଠାତ ଗାଡି ରଖିଥିଲେ । ମୋବାଇଲ କେଉଁଠାରେ ପଡି ଯାଇଛି କହି ଝିଅକୁ ଖୋଜିବାକୁ କହିଥିଲେ । ଝିଅ ଏଥିରେ ମନ ଦେଇଥିବା ବେଳେ ସେ ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଯେତେବେଳେ ସେ ଓହ୍ଲାଇ ନ ଥିଲେ ଝିଅ ଯାଇ ପୋଲିସ ନିକଟରେ ସମସ୍ତ କଥା କହିଥିଲେ । ଏପରିକି ବିରିୟାନୀ ପ୍ରତି ତାଙ୍କ ଦୁର୍ବଳତା ରହିଛି ବୋଲି ମଧ୍ୟ ଜଣାଇଥିଲେ । ବାସ ପୋଲିସ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବ୍ୟକ୍ତିଜଣଙ୍କୁ ବଂଚାଇବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.