Latest Odisha News

BREAKING NEWS

ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ଅଦଳବଦଳ: ୫୫ ଇନିସପେକ୍ଟରଙ୍କ ବଦଳି

କୋଲକାତା: ଆଗାମୀ ଲୋସଭା ନିର୍ବାଚନ ପୂର୍ବରୁ କୋଲକାତା ପୋଲିସରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏକକାଳୀନ ୫୫ ଜଣ ପୋଲିସ ଇନିସପେକ୍ଟରଙ୍କ ବଦଳି କରାଯାଇଛି। ତେବେ ୪୫ ଜଣଙ୍କୁ ସହର ପୋଲିସର ବିଭିନ୍ନ ଉପବିଭାଗରୁ ଥାନା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

ସବ୍ ଇନିସପେକ୍ଟର ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। ଏହି ରାଙ୍କର ୨୯୭ ଅଧିକାରୀଙ୍କୁ ପୋଲିସ କମିସନରେଟକୁ ସ୍ଥାନାନ୍ତର କରାଯାଇଛି।

ତେବେ ରାଜ୍ୟ ପୋଲିସ ପ୍ରଶାସନିକ ସୂତ୍ର ଅନୁସାରେ ସେହି ଅଧିକାରୀଙ୍କ ବଦଳି ହୋଇଛି ଯେଉଁ ପୋଲିସ ସେହି ଥାନାରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ। ତେଣୁ ନିର୍ବାଚନ ଘୋଷଣା ହେବାମାତ୍ରେ ନିର୍ବାଚନ କମିଶନ ଅଧିକାରୀ ଓ କର୍ମଚାରୀଙ୍କ ବଦଳି କରିଥାନ୍ତେ। ଏହା ପୂର୍ବରୁ ବଦଳି କରାଯାଇଛି।

ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ପୋଲିସ ଡିଜି ମନୋଜ ମାଲବୀୟଙ୍କ ଅବସର ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ନିଯୁକ୍ତ କରିଥିଲେ। ଏହା ପରେ ପଶ୍ଚିମବଙ୍ଗ ପୋଲିସ ସହିତ କୋଲକାତା ପୋଲିସରେ ଅବସ୍ଥାପିତ ଆଇପିଏସ ସ୍ତରରେ ମଧ୍ୟ ଅଦଳବଦଳ ହୋଇଥିଲା।

Leave A Reply

Your email address will not be published.