Latest Odisha News

BREAKING NEWS

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଯୁବକ ମୃତ

ସୁନ୍ଦରଗଡ଼: ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ବାରହା ବଦଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବାହାଳ ଗାଁରେ ।

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଗାଁର ପ୍ରଫୁଲ୍ଲ ଗିଧଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ବାରହା ଧରିବାକୁ ବିଦ୍ୟୁତ ତାର ବିଛାଯାଇଥିଲା । ଆଜି ସକାଳେ ପ୍ରଫୁଲ୍ଲ ଶୌଚ ହେବାକୁ ଯାଇଥିବା ବେଳେ ସେଥିରେ ଛନ୍ଦି ହୋଇଥିଲେ ।

ଘଟଣାସ୍ଥଳରେ ଟଳି ପଡ଼ିଥିଲେ ପ୍ରଫୁଲ୍ଲ । ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି । ବାରହା ଶିକାର କରିବାକୁ କିଏ ବିଦ୍ୟୁତ ତାର ବିଛାଇଥିଲା ସେନେଇ ଖୋଳତାଡ ଜାରି ରଖିଛି ପୋଲିସ ଓ ବନ ବିଭାଗ ଟିମ୍ ।

Leave A Reply

Your email address will not be published.