Latest Odisha News

ମିର୍ଜାପୁର ସାଂସଦଙ୍କ ଦାବି ‘ମିର୍ଜାପୁର-୨’କୁ ବ୍ୟାନ୍‌ କରାଯାଉ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ସାଂସଦ ଅନୁପ୍ରିୟା ପଟେଲ ୱେବ୍ ସିରିଜ୍ ‘ମିର୍ଜାପୁର ୨’କୁ ନିଷିଦ୍ଧ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା ଜାତିଗତ ଘୃଣା ବ୍ୟାପୁଛି। ସାଂସଦ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିକଟରେ ଆମାଜନ୍‌ ପ୍ରାଇମରେ ମୁକ୍ତିଲାଭ କରିଥିବା ଏହି ସିରିଜ ମିର୍ଜାପୁରର ‘ହିଂସାତ୍ମକ’ ଅଞ୍ଚଳର ଭାବମୂର୍ତ୍ତି ସୃଷ୍ଟି କରୁଛି।
ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ମିର୍ଜାପୁର ଏକ ସମନ୍ୱୟର କେନ୍ଦ୍ର ପାଲଟିଛି। ଏହାର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ”

ତେବେ ‘ମିଜରପୁର ୨’ରେ ପାରିବାରିକ, ରାଜନୀତି ଏବଂ ନିର୍ବାଚନ ମଧ୍ୟରେ ସଂଘର୍ଷର ଏକ ହିଂସାତ୍ମକ କାହାଣୀକୁ ଦର୍ଶାଯାଇଛି। ଏଥିରେ ଶ୍ୱେତା ତ୍ରିପାଠୀ ଶର୍ମା, ପଙ୍କଜ ତ୍ରିପାଠୀ, ଅଲି ଫଜଲ୍‌ ଏବଂ ଦିବ୍ୟ‌େନ୍ଦୁ ଶର୍ମା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.